Sikhya Sanjog Sample Article

ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୧)

 

Section 1: Introduction

Article Name Plate

    • Board: Odisha HSC Board (B.S.E. Odisha)
    • Main Language: ଓଡିଆ Odia
    • Class: ସପ୍ତମ ଶ୍ରେଣୀ Seventh Class
    • Subject: ଜୀବବିଜ୍ଞାନ Life Science
    • Book: ସରକରୀ ବହି Govt Text Book
    • Chapter: Ch-1, ପୋଷଣ Nutrition
    • Article: Article : ପୋଷଣ Nutrition
    • Long Code:  [Science, Class 7, Ch 01-Nutrition(ପୋଷଣ ) Article 1:-ପୋଷଣ Nutrition]
    • Short Code:

Section 2: Study Material ପଠନ ସାମଗ୍ରୀ

  • Instruction to proceed (for Section 2) : 
    • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
    • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
    • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
    • Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ । 

ଶିକ୍ଷା ସଂଯୋଗ ଖୋର୍ଦ୍ଧା

ଶିକ୍ଷଣ ଫର୍ଦ୍ଦ: ୧ 

ଦଶମ ପର୍ଯ୍ୟାୟ : (୨୯-୦୬-୨୦୨୦ ଠାରୁ ୫-୭-୨୦୨୦)

ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୧)


  • ଜୀବନ ପ୍ରକ୍ରିୟା:
    • ଯେଉଁସବୁ ଅପରିହାର୍ଯ୍ୟ ପ୍ରକ୍ରିୟଗୁଡିକ ଜୀବଶରୀରରେ ସମ୍ପାଦନ ହେବାଯୋଗୁଁ ଜୀବ ବଞ୍ଚିରହିପାରେ, ସେହି ପ୍ରକ୍ରିୟାଗୁଡିକୁ ଜୀବନପ୍ରକ୍ରିୟା କୁହାଯାଏ ।
    • ଜୀବଙ୍କର ଶରୀରରେ ବିଭିନ୍ନ ପ୍ରକାର ଜୀବନ ପ୍ରକ୍ରିୟା ସର୍ବଦା ଚାଲୁ ରହିଥାଏ ।
    • ଅଣୁଜୀବ, ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୀବଜଗତ ଗଠିତ ।
    • ଏହି ସମସ୍ତ ଜୀବଙ୍କର ଶରୀରରେ ବିଭିନ୍ନ ଜୀବାନ ପ୍ରକ୍ରିୟା ଯଥା ପୋଷଣ, ଶ୍ୱସନ, ରେଚନ, ଜନନ, ଚଳନ, ବୃଦ୍ଧି, ବିକାଶ, ନିୟନ୍ତ୍ରଣ ଓ ସମନ୍ୱୟ ଇତ୍ୟାଦି ସମ୍ପାଦିତ ହୋଇଥାଏ ।
    • ଏହି ସବୁ ପ୍ରକ୍ରିୟା ଚାଲୁ ରହିବା ପାଇଁ ଜୀବ ଶରୀରରେ ଶକ୍ତିର ଆବଶ୍ୟକତା ପଡେ। ଶକ୍ତି ଖାଦ୍ୟରୁ ମିଳିଥଏ । ଏଥିପାଇଁ ସମସ୍ତ ଜୀବ ଖାଦ୍ୟ ଖାଆନ୍ତି ।
  • ଜୀବ ପାଇଁ ଖାଦ୍ୟର ଉପାଦେୟତା:
    • ଖାଦ୍ୟରେ ବିଭିନ୍ନ ଉପାଦନ ଥାଆନ୍ତି । ସେଗୁଡିକ ହେଲା:
    • ଶ୍ୱେତସାର ବା ଶର୍କରା ଜାତୀୟ ଖାଦ୍ୟ ।
    • ପୁଷ୍ଟିସାର ବା ପ୍ରୋଟିନ ।
    • ସ୍ନେହସାର ବା ଚର୍ବିଜାତୀୟ ଖାଦ୍ୟ ।
    • ଜୀବସାର ବା ଜୀବନିକା ବା ଭିଟାମିନ ।
    • ଧାତୁସାର ବା ଖଣିଜ ଲବଣ ।
    • ଜଳ
    • ପ୍ରତ୍ୟେକଟି ଉପାଦାନ ଜୀବଶରୀରରେ ଭିନ୍ନ ଭିନ୍ନ କାର୍ଯ୍ୟ କରିଥାନ୍ତି ।
    • ଶ୍ୱେତସାର ଓ ସ୍ନେହସାର ଜତୀୟ ଖାଦ୍ୟ ଶକ୍ତି ପ୍ରଦାନକାରୀ ଅଟନ୍ତି ।
    • ପୁଷ୍ଟିସାର ଜତୀୟ ଖାଦ୍ୟରେ ନୂଆକୋଷ ଗଠନ ଓ ଅଙ୍ଗପ୍ରତ୍ୟେଙ୍ଗ ତିଆରି ହୁଏ। ଶରୀର ବୃଦ୍ଧି ଘଟେ ।
    • ଜୀବସାର ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଏ ।
    • ଧାତୁସାର ଆମ ଶରୀରରେ କେତେକ ଅଙ୍ଗର କାର୍ଯ୍ୟଦକ୍ଷତା ବଢାଇବା ସହ କେତେକ ଅଙ୍ଗ ଗଠନରେ ସହାୟକ ହୋଇଥାଏ ।
    • ଜୀବ ଶରୀରରେ ବିଭିନ୍ନ ଜୀବନ ପ୍ରକ୍ରିୟା ସୂଚାରୁ ଭାବେ ସମ୍ପାଦିତ ହେବାରେ ଜଳ ସହାଯ୍ୟ କରେ ।

Section 3: Virtual Live Class

Introduction (For Section 3):

Traditional Class where teachers & Students are present to do normal class. No other Alternate Class or Virtual Class or Online Class or Anything Else can replace Traditional Normal Class. But in War like Situation or in any Epidemic or Pandemic or Corona Crisis There should be a provision of Virtual Class for Alternate Solution We have two Type of Students (i) Students have Internet Facility, (ii) Students have No Internet Facility. Let us see what is for whom.

There are three approach for Online Virtual Class (Students have Internet Facility) (i) By Video Conference (Facilities are: Audio, Video, Chatting, Screen Sharing all are in Real Time) (ii) By Webinar Meeting (Facilities are: Can available in Real Time Mode and Scheduled Time Mode Also) (iii) By Online White Board (Facilities are: No Audio, Video. But Simulate Class Room Black Board in Real Time)

There are three approach for Offline Virtual Class (Students have No Internet Facility) (i) Printed Study Material, Recorded Study Material(CD, DVD) (ii) Education-Self-Help-Group (Group of Students, Teachers & Parents for Education & Skill) (iii) Radio, TV

Section 3a: Virtual Live Class
(For Students having Internet Facility)


  • Instruction 1 (For Section 3a): 
    • ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ପୁର୍ବରୁ ନିମ୍ନଲିଖିତ କାମ ସାରି ଦିଅନ୍ତୁ।
      (୧)  Self Study ପାଇଁ ଦିଆଯାଇଥିବା Study Material ସମ୍ପୂର୍ଣ୍ଣ ରୂପେ ଯେତିକି ପାରିବେ ସେତିକି ବୁଝନ୍ତୁ । ନ ବୁଝିବା କଥା ଚିହ୍ନିତ କରି ରଖନ୍ତୁ ଓ ନିଜ ନିଜ  ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ପଠାନ୍ତୁ ।

      (୨) ଶିକ୍ଷକ/ଶିକ୍ଷୟତ୍ରୀମାନେ ସମସ୍ତ ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା ଓ ନ ପାଇଥିବା ଉଭୟ ପ୍ରତିକ୍ରିୟାକୁ ଧ୍ୟାନରେ ରଖି “Live Class” ପାଇଁ ପ୍ରସ୍ତୁତ ହୁଅନ୍ତୁ । ମନେ ରଖନ୍ତୁ  ଛାତ୍ର/ଛାତ୍ରୀମାନେ ନ ବୁଝିଲେ ମଧ୍ୟ ସେକଥା ଆପଣ ମାନଙ୍କୁ ନ ଜଣେଇ ପାରନ୍ତି। ମୁଖ୍ୟ କଥା ହେଲା ଆପଣମାନେ ସବୁ କଥାକୁ ପ୍ରସ୍ତୁତ ହେବେ କିନ୍ତୁ  ଛାତ୍ର/ଛାତ୍ରୀଙ୍କ ଠାରୁ ପାଇଥିବା  “Self Study”ର ପ୍ରତିକ୍ରିୟା ଉପରେ ଅଧିକ ଧ୍ୟାନ ଦେବେ

      (୩) Video Conference, Webinar, White Board, Whatsapp ETC ର ସୁବିଧା ନେବା ପାଇଁ ନିଜର ଅଲଗା Email ID ଓ Password କରିବାକୁ ପଡିବ। କେବଳ Gmail.com ରେ ହିଁ Email ID  କରନ୍ତୁ । ଅଲଗା ସୁରକ୍ଷିତ ଜାଗରେ ଏହାକୁ ଲେଖିକି ରଖନ୍ତୁ ।  
  • Instruction 2 (For Section 3a): 
    • ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ “Live Class” କରିବା ସମୟରେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ।
      (୧) ନିଜ ନିଜ କମ୍ପ୍ୟୁଟର/ ଲାପଟପ/ ମୋବାଇଲ ଏକ ଫୁଟ ଦୂରରେ ରଖି ପାଠ ପଢନ୍ତୁ ।

      (୨) କମ୍ପ୍ୟୁଟର/ ଲାପଟପ/ ମୋବାଇଲ ରେ ଆଖିକୁ ରକ୍ଷା କରିବା ପାଇଁ ଉପକରଣ ଲଗାନ୍ତୁ । 

      (୩) ୱାଇର-ଲେସ ହେଡ ଫୋନ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତୁ। ମୋବାଇଲ ବ୍ୟବହାର କରୁଥିଲେ ଚାର୍ଜ ଅଛି କି ନାହିଁ ଲକ୍ଷ୍ୟ ରଖନ୍ତୁ ।

      (୪) ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଠାରୁ ପାଇଥିବା ସବୁ କିଛି ଫୋଟ ଓ ଫାଇଲ ଡାଉନଲୋଡ କରି ପେନ ଡ୍ରାଇଭରେ ଅଲଗା ଅଲଗା ଫୋଲଡେରରେ (କିପରି କରିବ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାର) ସାଇତି କରି ରଖ ।

      (୫) ଛାତ୍ର/ଛାତ୍ରୀଙ୍କୁ ଅନୁରୋଧ ସେମାନେ ନିଜର ପ୍ରଶ୍ନ ବା ଡାଉଟ, ଉତ୍ତର ଖାତା, ହୋମୱାର୍କ ଇତ୍ୟାଦି ଠିକ ସମୟରେ ନିଜ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାଅ।

      (୬) “Live Class” ସମୟରେ ପାଠ ବିଷୟ ବସ୍ତୁ ଛଡା ଅନ୍ୟ ବିଷୟ ଆଲୋଚନା କେହି କରନ୍ତୁ ନାହିଁ ।
      (୭) “Live Class” ସମୟରେ କେହି ଛାତ୍ର/ଛାତ୍ରୀ ଯଦି କୌଣସି ସମସ୍ୟାର ସମ୍ମୁଖିନ ହୁଅନ୍ତି ତେବେ ନିଜ ନିଜ  ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତାହା ଜଣାଇବେ ।
  • Instruction 3 (For Section 3a): 
    • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ “Live Class” କରିବା ସମୟରେ ଏଠି ଆଲୋଚିତ ସମସ୍ତ ବିଷୟ ଭଲଭାବରେ ପ୍ରଥମେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
    • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
    • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
    • ପୁଣିଥରେ Live Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପୁଣିଥରେ ପଚାରି ନିଜ ସନ୍ଦେହ ଦୂର କରିବେ ।
    • ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅନ୍ତୁ ନାହିଁ । 

USE ANY ONE OF THE FOLLOWING TOOL FOR "VIDEO CONFERENCE  BASED ONLINE VIRTUAL LIVE CLASS or CONFERENCE or SEMINAR or MEETING" AS PAR YOUR CONVENIENCE.

Video Conference Applications How to use it Note
Google Meet How to use Google Meet
Jio Meet How to use Jio Meet
Jitsi Meet 1 Jitsi Meet 2 How to use Jitsi Meet
Cisco WebEx How to use Cisco WebEx

Webinar Applications How to use it Note
Webinar Press How to use Webinar Press

Online White Board How to use it Note
Google Jamboard How to use Google Jamboard Note 

    • Use of Whatsapp 

Host (eg. Teachers) and Participants (eg. Students) can use available Whatsapp Number
(- - - - - - - - - -) to communicate each other and to sharing files, notes, images regarding online class subject. This is for Communication.

How to Use WhatsApp


Section 3b: Virtual Live Class
(For Students having No Internet Facility)

Approach How to do it
Printout, CD, DVD How to do it
Education-Self-Help Group How to do it
Radio, TV How to do it
Other How to do it

Section 4: Skill Development

  • Instruction 1 (For Section 4) : 
    • ଏଠି ଦିଆ ଯାଇଥିବା ବିଷୟ ବସ୍ତୁ ଛାତ୍ରଛାତ୍ରୀମାନଙ୍କ ବିଦ୍ୟା, ବୁଦ୍ଧି ଓ ଜ୍ଞାନକୁ ଅଧିକ ଶାଣିତ କରିବ । ସେଥିପାଇଁ ଏହିସବୁ ବିଷୟ ବସ୍ତୁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ।  
    • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ଦିଆ ଯାଇଥିବା ସମସ୍ତ ବିଷୟ ଭଲଭାବରେ ପ୍ରଥମେ ନିଜେ ପଢନ୍ତୁ, ଶୁଣନ୍ତୁ, ଦେଖନ୍ତୁ ଓ ସର୍ବୋପରି ଭଲଭାବେ ବୁଝିବାକୁ ଚେଷ୍ଟା କରନ୍ତୁ ।
    • ମହତ୍ତ୍ୱପୂର୍ଣ୍ଣ ତଥ୍ୟକୁ ସଂଗ୍ରହ କରି ନିଜ ଖାତାରେ ଲେଖନ୍ତୁ ।
    • ଯେଉଁ କଥା ବୁଝା ପଡୁନି ସେ ସବୁ ଚିହ୍ନିତ କରି ରଖନ୍ତୁ ଓ ସେସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପାଖକୁ ୱାଟସଆପରେ ପଠାନ୍ତୁ ।
    • Virtual Class ସମୟ ଆସିଲେ ସେ ସବୁ ନିଜ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ପଚାରି ନିଜ ସନ୍ଦେହ ଦୂର କରିବେ । 

Section 5: Test, Exam & Certificate

  • Instruction 1 (For Section 5): 
    • ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଏଠି ବିଭିନ୍ନ ପ୍ରକାରର ପରୀକ୍ଷାରେ ସ୍ୱଚ୍ଛତା ଓ ସାଧୁତା ଅବଲମ୍ବନ କରନ୍ତୁ ।   
    • ବିନା ସ୍ୱଚ୍ଛତାରେ ବିନା ସାଧୁତାରେ କେହି କେବେ ପ୍ରକୃତ ସଫଳତା ପାଇନାହିଁ ।
    • ପରୀକ୍ଷାର ଉଦ୍ଧେଶ୍ୟ ହେଲା ତମେ ଜାଣ ତମ ଚେଷ୍ଟାରେ ତମେ କେତେ ସଫଳ ହୋଇ ପାରିଛ ।
    • ଏଠି ପରିକ୍ଷାର ଫଳାଫଳ ଯାହ ହେଉନା କାହିଁକି ପ୍ରକୃତ ଜୀବନରେ ସମ୍ମୁଖିନ ହେଉଥିବା ପରୀକ୍ଷା ହେଉଛି ପ୍ରକୃତ ପରୀକ୍ଷା ।
    • ସେଥିପାଇଁ ଯେ ଯେଉଁ ପର୍ଯ୍ୟନ୍ତ ପୁରା ବିଷୟ ବସ୍ତୁ ନିଜ ଆୟତ୍ତକୁ ନ ଆସିଛି, ସେ ପର୍ଯ୍ୟନ୍ତ ବିଶ୍ରାମ ନିଅ ନାହିଁ । ବାରମ୍ବାର ପଢ ବାରମ୍ବାର ପରୀକ୍ଷା ଦିଅ । ପ୍ରକୃତ ପରୀକ୍ଷା ପୁର୍ବରୁ ଏଠି Mock-Test ର ବହୁତ ସୁବିଧା ଅଛି ।ସେ ସବୁର ସୁଯୋଗ ନିଅ ।
    • କିନ୍ତୁ ନିଜକୁ କେବେ ଠକ ନାହିଁ । ନହେଲେ ଜୀବନ ତମକୁ ଠକି ଦେବ । 
    • After completion of Quiz, Test, Exam send screen shot of the result to your teacher through Whatsapp.


ଶିକ୍ଷା ସଂଯୋଗ ଖୋର୍ଦ୍ଧା

କାର୍ଯ୍ୟ ଫର୍ଦ୍ଦ: ୧ 

ଦଶମ ପର୍ଯ୍ୟାୟ : (୨୯-୦୬-୨୦୨୦ ଠାରୁ ୫-୭-୨୦୨୦)

ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୧)


୧. ଶୂନ୍ୟସ୍ଥାନ ପୂରଣ କର ।  (୧ X ୫)

  କ.  ଜୀବ ବଞ୍ଚି ରହିବା ପାଇଁ ତାର ଶରୀରରେ ଯେଉଁ ଅପରିହାର୍ଯ୍ୟ ପ୍ରକ୍ରିୟା ଗୁଡିକ ଚାଲୁ ରହିଥାଏ, ସେହି ପ୍ରକ୍ରିୟା ଗୁଡିକୁ ……………….  କୁହାଯାଏ ।

  ଖ.  ଖାଦ୍ୟରେ ଥିବା …………….. ଉପାଦାନ ଶରୀରରେ ଅଙ୍ଗପ୍ରତ୍ୟେଙ୍ଗ ଗଠନ କରେ।

  ଗ.  ସମସ୍ତ କାର୍ଯ୍ୟ କରିବା ପାଇଁ ……………. ଆବଶ୍ୟକ ।

  ଘ.  ଖାଦ୍ୟରେ ଥିବା …………… ଉପାଦାନ ଜୀବଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢାଏ।

  ଙ.  ଜୀବ ଶରୀରରେ ଶକ୍ତି ……………. ରୁ ମିଳେ ।

୨. ଭିନ୍ନ ଶବ୍ଦଟିକୁ ବାଛି ଲେଖ ।          (୧ X ୫)

  କ.  ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଜୈବିକସାର

  ଖ.  ମନନ, ଜନନ, ଶ୍ୱସନ, ରେଚନ

  ଗ.  ବୃଦ୍ଧି, ବିକାଶ, କଷଣ, ପୋଷଣ

  ଘ.  ଅଣୁଜୀବ, ମୃତ୍ତିକା, ପ୍ରାଣୀ, ଉଦ୍ଭିଦ

  ଙ.  ଜଳ, ବାୟୁ, ଖଣିଜ ଲବଣ, ଭିଟାମିନ

୩.  ସ୍ତମ୍ଭ ମିଳନ କର ।    (୧ X ୫)

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ
(କ) ଜୀବସାର (୧) ଚର୍ବିଜାତୀୟ ଖାଦ୍ୟ
(ଖ) ସ୍ନେହସାର (୨) ପ୍ରୋଟିନ
(ଗ) ପୁଷ୍ଟିସାର (୩) ଖଣିଜ ଲବଣ
(ଘ) ଶ୍ୱେତସାର (୪) ଜୀବନିକା
(ଙ) ଧାତୁସାର

(୫) ଶର୍କରାଜାତୀୟ ଖାଦ୍ୟ

 



ଶିକ୍ଷା ସଂଯୋଗ ଖୋର୍ଦ୍ଧା

ଉତ୍ତର ଫର୍ଦ୍ଦ: ୧ 

ଦଶମ ପର୍ଯ୍ୟାୟ : (୨୯-୦୬-୨୦୨୦ ଠାରୁ ୫-୭-୨୦୨୦)

ସପ୍ତମ ଶ୍ରେଣୀ, ସାଧାରଣ ବିଜ୍ଞାନ, ପ୍ରସଙ୍ଗ: ପୋଷଣ (୧)


*****

Show Answer Block

୧. ଶୂନ୍ୟସ୍ଥାନ ପୂରଣ କର ।  (୧ X ୫)

ଉତ୍ତର: 

କ.  ଜୀବନପ୍ରକ୍ରିୟା

ଖ.  ପୁଷ୍ଟିସାର

ଗ.  ଶକ୍ତି

ଘ.  ଜୀବସାର ବା ଭିଟାମିନ

ଙ.  ଖାଦ୍ୟ

୨. ଭିନ୍ନ ଶବ୍ଦଟିକୁ ବାଛି ଲେଖ ।          (୧ X ୫)

ଉତ୍ତର: 

କ.  ଜୈବିକସାର (ଅନ୍ୟ ତିନୋଟି ଖାଦ୍ୟରେ ଥିବା ଉପାଦାନ)

ଖ.  ମନନ (ଅନ୍ୟ ତିନୋଟି ଜୀବନ ପ୍ରକ୍ରିୟା)

ଗ.  କଷଣ (ଅନ୍ୟ ତିନୋଟି ଜୀବନ ପ୍ରକ୍ରିୟା)

ଘ.  ମୃତ୍ତିକା (ଅନ୍ୟ ତିନୋଟି ଜୀବ)

ଙ.  ବାୟୁ (ଅନ୍ୟ ତିନୋଟି ଖାଦ୍ୟର ଉପାଦାନ)

୩.  ସ୍ତମ୍ଭ ମିଳନ କର ।    (୧ X ୫)

ଉତ୍ତର: 

‘କ’ ସ୍ତମ୍ଭ

‘ଖ’ ସ୍ତମ୍ଭ
(କ) ଜୀବସାର (୪) ଜୀବନିକା
(ଖ) ସ୍ନେହସାର (୧) ଚର୍ବିଜାତୀୟ ଖାଦ୍ୟ
(ଗ) ପୁଷ୍ଟିସାର (୨) ପ୍ରୋଟିନ
(ଘ) ଶ୍ୱେତସାର (୫) ଶର୍କରାଜାତୀୟ ଖାଦ୍ୟ
(ଙ) ଧାତୁସାର

(୩) ଖଣିଜ ଲବଣ

 

….

*****


ଶିକ୍ଷା ସଂଯୋଗ ଖୋର୍ଦ୍ଧା

...
Click "How to use it" or "Guideline" Tag to Get all "How to ......" Articles.
Thank you for being with us.
..

Comments

No comments yet. Why don’t you start the discussion?

Leave a Reply

Your email address will not be published. Required fields are marked *